Men’s Health

ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ପାଇଁ ବେଶ ଫାଇଦାୟକ ପିଆଜ? ଅଧେ ଜାଣି ନାହାନ୍ତି ଖାଇବାର ସଠିକ ଉପାୟ health benefits of raw onions for men it improves sexual health know details

ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ପାଇଁ ବେଶ ଫାଇଦାୟକ ପିଆଜ? ଅଧେ ଜାଣି ନାହାନ୍ତି ଖାଇବାର ସଠିକ ଉପାୟ health benefits of raw onions for men it improves sexual health know details

ମହିଳାଙ୍କୁ ପୁରୁଷମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ ପିଆଜ । କିନ୍ତୁ ଅଧେ ଲୋକ ଜାଣି ଏହାକୁ ଖାଇବାର ତରିକା ବାବଦରେ ଜାଣିନାହାଁନ୍ତି ।

  • 2-MIN READ
    Last Updated :
  • Published By
    Soumya Das

01

Onion: ମହିଳାଙ୍କୁ ପୁରୁଷମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ ପିଆଜ । କିନ୍ତୁ ଅଧେ ଲୋକ ଜାଣି ଏହାକୁ ଖାଇବାର ତରିକା ବାବଦରେ ଜାଣିନାହାଁନ୍ତି ।

02

Health Benefits Of Row Onion: ପିଆଜ ବିନା କୌଣସି ବି ଖାଦ୍ୟରେ ସ୍ବାଦ ନଥାଏ । ସୁାଆଦିଆ ଖାଇବା ତିଆରି ପାଇଁ ଯାହା ବି ମସଲା ତିଆରି ହେଉନା କାହିଁକି, ସେଥିରେ ପିଆଜ ନିହାତି ପଡିବା ଜରୁରୀ। ପିଆଜ ଖାଇବାରେ ସ୍ବାଦ ବଢାଇଥାଏ ତାହା ନୁହେଁ ପିଆଜ ଖାଇବା ଦ୍ବାରା ସ୍ବାସ୍ଥ୍ୟରେ ଅନେକ ଫାଇଦା ମିଳିଥାଏ ।

03

Health Benefits Of Row Onion: ପିଆଜ ଆପଣଙ୍କୁ ହୃଦରୋଗରୁ ବଞ୍ଚାଇଥାଏ। ଡାଇଟିସିଆନଙ୍କ କହିବା ଅନୁଯାୟୀ, କଞ୍ଚା ପିଆଜ ଗରମରୁ ରକ୍ଷା କରେ। ପିଆଜରେ ପ୍ରାକୃତିକ ଥଣ୍ଡା ଗୁଣ ଅଛି । ଏଥିରେ ପାଣିର ମାତ୍ରା ଭରପୂର ରହିଛି । ଯାହା ଶରୀରରେ ପାଣିର ଅଭାବକୁ ପୂରଣ କରିଥାଏ । ଏଥିରେ ସୋଡିୟମ ଓ ପୋଟାସିୟମ ରହିଛି । ଯାହା ଶରୀରରେ ଇଲେକ୍ଟ୍ରୋଲାଇଟ୍ସ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ ।

TOP VIDEO

BJD Odisha: ଆଜି BJD କରିବ ବଡ଼ ଘୋଷଣା; ଦେଖନ୍ତୁ ଭିଡିଓ…

04

Health Benefits Of Row Onion: ହେଲ୍ଥଲାଇନର ରିପୋର୍ଟ ଅନୁଯାୟୀ ପିଆଜରେ ମିଳୁଥିବା ସଲଫର ଶରୀରକୁ ଥଣ୍ତା କରିବାକୁ ସାହାଯ୍ୟ କରେ । ପିଆଜରେ ଫ୍ଲେଭୋନଏଡ, ପଲିଫେନୋଲ ଏବଂ ସଲଫର ଭଳି ଫାଇଟୋକେମିକାଲ୍ସ ମଧ୍ୟ ଥାଏ । ଏହି ଉପାଦାନଗୁଡ଼ିକ ପିଆଜର ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିମାଇକ୍ରୋବାୟଲ୍ ଓ କ୍ୟାନସକୁ ରୋକିବା ଗୁଣକୁ ବଢାଇଥାଏ ।

05

Health Benefits Of Row Onion: ଶରୀରରେ ସାମାନ୍ୟ ତାପମାତ୍ରା ବଢାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡେ । ଏହା ହୃଦୟ, ଫୁସଫୁସ ଏବଂ କିଡନୀ ଉପରେ ଅତିରିକ୍ତ ଚାପ ପକାଇଥାଏ । ପିଆଜରେ ଥିବା ଅଲିଲ୍ ସଲଫାଇଡ୍ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ପିଆଜ ହଜମକାରୀ ଏନଜାଇମକୁ ଶକ୍ରିୟ କରି ଗ୍ୟାସ ଓ ହଜମ କରିବା ସମସ୍ୟାକୁ ଦୂର କରିଥାଏ ।

06

Potato-Onion Price Hike: ବର୍ତ୍ତମାନ ବଜାରରେ ଆଳୁ ପିଆଜ ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି । ସେପଟେ ଆଳୁ ପିଆଜ ଉତ୍ପାଦନ ହ୍ରାସ ପାଇଛି । ସରକାର ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇ ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ବଡ ବ୍ୟବସାୟୀମାନେ ଅଧିକ ଟଙ୍କା ରୋଜଗାର କରିବା ପାଇଁ ପିଆଜ ରପ୍ତାନି କରୁଛନ୍ତି ।

07

Raw Onion Side Effects: ଆପଣ ବି ପ୍ରତିଦିନ ଖାଦ୍ୟ ସହ ଖାଉଛନ୍ତି କି କଞ୍ଚା ପିଆଜ? ଜାଣନ୍ତୁ ଫାଇଦା ଦେଉଛି ନା କରାଉଛି କ୍ଷତି…

08

ଯଦି ଆପଣ ଆବଶ୍ୟକତାଠାରୁ ଅଧିକ କଞ୍ଚା ପିଆଜ ଖାଇବାକୁ ଭଲ ପାଆନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ଆଜ୍ଞା ହଁ, ଅନେକ ଲୋକ ଖାଦ୍ୟ ସହିତ କଞ୍ଚା ପିଆଜ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅଧିକ କଞ୍ଚା ପିଆଜ ଖାଇଲେ ଶରୀରକୁ କ୍ଷତି ହୋଇପାରେ।

09

ଏଥିପାଇଁ ପିଆଜ ଚୋପାକୁ ଶୁଖାଇ ଗ୍ରାଇଣ୍ଡ୍ କରନ୍ତୁ। ବର୍ତ୍ତମାନ ପିଆଜ ଚୋପାରୁ ତିଆରି ପାଉଡରରେ ଆଲୋ ଭେରା ଜେଲ୍ ମିଶାନ୍ତୁ। ତା’ପରେ ଏହାକୁ ତ୍ୱଚା ଏବଂ କେଶରେ ଲଗାନ୍ତୁ। ୩୦ ମିନିଟ୍ ପରେ, ସାମାନ୍ୟ ସାମ୍ପୁ ସହିତ କେଶ ଧୋଇ ଦିଅନ୍ତୁ।

10

Health Benefits Of Row Onion: ପିଆଜରେ ଫାଇବର ଭରପୁର ମାତ୍ରାରେ ରହିଥାଏ । ଏହା ଆମ ଅନ୍ତନଳୀରେ ବାସ କରୁଥିବା ଭଲ ବ୍ୟାକ୍ଟେରିଆମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାନ୍ତି ଏବଂ ଏହି ଜୀବାଣୁ ଛୋଟ ଫ୍ୟାଟି ଏସିଡ୍ ସୃଷ୍ଟି କରନ୍ତି ଯାହା ହଜମ କରିବା ପାଇଁ ଜରୁରୀ ହୋଇଥାଏ ।

11

Health Benefits Of Row Onion: ପିଆଜରେ ମହଜୁଦ ଥିବା କ୍ରୋମିୟମ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରେ । ଯଦି ଆପଣ ମଧୁମେହ ରୋଗୀ ହୋଇଥାନ୍ତି, ତେବେ ଖାଦ୍ୟ ପିଆଜ ନିଶ୍ଚିନ୍ତ ସାମିଲ କରନ୍ତୁ । ପିଆଜ ଖାଇବା ଦ୍ବାରା ଆପଣଙ୍କ ଶରୀରରୁ ଖରାପ ପଦାର୍ଥକୁ ବାହାରକୁ ବାହାର କରିଦିଏ । ପିଆଜ ଆପ୍ରୋଡାଇସିଆକ୍ ଖାଇବା ବୋଲି ମନାଯାଏ । ଏହା ପୁରୁଷଙ୍କ ଟେଷ୍ଟୋଷ୍ଟିରନ ଉତ୍ପାଦନକୁ ବଢାଇବାରେ ସାହାଯ୍ୟ କରେ ।

12

Health Benefits Of Row Onion: କଞ୍ଚା ପିଆଜରେ ଭିଟାମିନ, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପୋଷକ ତର୍ତ୍ତ୍ବ ଭରପୁର ରହିଥାଏ । ଏହାର ଶରୀରକୁ ଥଣ୍ଡା ରଖିଥାଏ । ଆପଣ କଞ୍ଚା ପିଆଜରେ ଲେମ୍ବୁ ରସ, ପୁଦିନା ପତ୍ର, ଲୁଣ ଏବଂ ଶୁଖିଲା ଲଙ୍କା ମିଶାଇ ପାରିବେ । ପିଆଜରେ ଦହି ମିଶାଇ ରାଇତା ତିଆରି କରି ଖାଇଲେ ଏହା ଶରୀରକୁ ଥଣ୍ତା ଏବଂ ହାଇଡ୍ରେଟିଂ ରଖେ । ଏହା ଶରୀରର ତାପମାତ୍ରାକୁ କମ କରିଥାଏ ।

  • First Published :

Leave a Reply

Your email address will not be published. Required fields are marked *